Odisha Link
Bridging the Missing Links in Odisha

+୨ ବିଜ୍ଞାନ ପରୀକ୍ଷାରେ ତ୍ରୁଟି: ତଦନ୍ତ ପରେ ନିଆଯିବ ପଦକ୍ଷେପ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବୋର୍ଡର ଯୁକ୍ତ ଦୁଇ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ ଯୁକ୍ତ ୨ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହା ପରେ ପରୀକ୍ଷାରେ ତ୍ରୁଟି ଥିବା ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ। ପରୀକ୍ଷାରେ ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।

ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା। କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି। ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି। ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ। ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ। ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପ୍‌ଟ କରିଥିବେ ତାହାର ପୂରା ମାର୍କ ପାଇବେ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍‌ ମାର୍କ ମିଳିବ ନାହିଁ। କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ।