ଭୁବନେଶ୍ୱରରେ ବସ୍ତି ବୁଲିବା ସହ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ବିଲ୍ ଗେଟ୍ସ
![](https://www.odishalink.com/wp-content/uploads/2024/02/bi-750x430.jpg)
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭୁବନେଶ୍ୱର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଲ୍ ଗେଟ୍ସ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଜାରି। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କ ଆଲୋଚନା କରି ଲୋକଙ୍କ ଜୀବନଶୈଳୀ ପଚାରିବୁଝିଲେ। ଏହା ସହ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି ବିଲ୍ ଗେଟ୍ସ।
ଏହା ସହ ବିଲ୍ ଗେଟ୍ସ କୃଷି ଭବନ ଯିବେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। କୃଷି ଏବଂ କୃଷକଙ୍କ ପ୍ରାଧାନ୍ୟ ଦେବା ସହ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ୨୦୧୭ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିରେ ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା।