Odisha Link
Bridging the Missing Links in Odisha

ବନ୍ଦ ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ; ରହସ୍ୟ ଘେରରେ ହତ୍ୟାର କାରଣ

ଓଏଲ୍‌ ବ୍ୟୁରୋ: ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର ହୋଇଛି। ତେବେ ହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି। ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଗତକାଲି ଅଫିସରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ଦିନ ୨ଟାରେ ସେଠାରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଭୋଜି ଖାଇବା ପରେ ନିଜ ରୁମ୍‌କୁ ଯାଇଥିଲେ। ହେଲେ ସଂଧ୍ୟା ୫ଟା ଯାଏଁ ରୁମ୍‌ରୁ ବାହାରକୁ ବାହାରିନଥିଲେ। ପରେ ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.