Odisha Link
Bridging the Missing Links in Odisha

ଓଡ଼ିଶାର ବିକାଶ ପାଇଁ ବିଜେଡି ସରକାର ପ୍ରତିବଦ୍ଧ: ସଂତୃପ୍ତ ମିଶ୍ର

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ କରାଯାଇଛି। ଓଡ଼ିଶାରେ ବିକାଶର ଭିତ୍ତିଭୂମି ନେଇ ପ୍ରେସମିଟ ହୋଇଛି। ଏହି ଅବସରରେ ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଓଡ଼ିଶାର ବିକାଶ ପାଇଁ ବିଜେଡି ସରକାର ପ୍ରତିବଦ୍ଧ ବୋଲି କହିଥିଲେ। ଭିତ୍ତିଭୂମି ନିର୍ମାଣ ପାଇଁ ବିପୁଳ ଅର୍ଥ ସହ ସମୟ ଦରକାର। ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁତ କାମ କରିଛନ୍ତି ରାଜ୍ୟ ସରକାର। ରାସ୍ତା ନିର୍ମାଣ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି। ଏହା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି।