ଚାକିରି ଦେବା ନାଁରେ ଠକେଇ: ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଓଏଲ୍ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। କେତେବେଳେ ଲୁଟେରା ଅନଲାଇନରେ କୌଣସି ଲିଙ୍କ ମାଧ୍ୟମରେ ଲୁଟ କରୁଛନ୍ତି ତ କେତେବେଳେ ଫୋନ କଲ ଜରିଆରେ। ବର୍ତମାନ ଚାକିରି ନାଁରେ ନକଲି ୱେବସାଇଟ୍ କରି ଠକେଇ ମାମଲା ସାମ୍ନାକୁ ଆସିଥିଲା।
ଏହି ମାମଲାରେ ଆନ୍ଧ୍ର ପ୍ରଦେଶରୁ ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ। ଅଭିଯୁକ୍ତର ଆକାଉଣ୍ଟକୁ ୬୦ ଲକ୍ଷ ଟଙ୍କା ଯାଇଥିବା ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦରୁ ଅପରେଟ୍ ହେଉଥିଲା। ଓଡ଼ିଶା ସମେତ ୬ଟା ରାଜ୍ୟରେ ସକ୍ରିୟ ଥିଲା ଏହି ଗ୍ୟାଙ୍ଗ। ଆଶାୟୀଙ୍କ ଠାରୁ ୧ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ପୂର୍ବରୁ ମାମଲାରେ ଇଓଡବ୍ଲୁ ୩ ଜଣଙ୍କୁ ଗିରଫ କରିଥିଲା।