Odisha Link
Bridging the Missing Links in Odisha

‘କୋର୍ଟଙ୍କ ରାୟରୁ ସ୍ପଷ୍ଟ ହେଲା ମହମ୍ମଦ ମୋକିମ କେବେ ବିଧାୟକ ନଥିଲେ’

ଓଏଲ୍‌ ବ୍ୟୁରୋ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା। କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ। ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ହୋଇଛି। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ। ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ। ଏନେଇ ମାମଲାର ଶୁଣାଣି କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ।

ହାଇକୋର୍ଟ ରାୟ ପରେ ଆବେଦନକାରୀ ଦେବାଶିଷ ସାମନ୍ତରାୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରାୟରୁ ସ୍ପଷ୍ଟ ହେଲା ମହମ୍ମଦ ମୋକିମ କେବେ ବିଧାୟକ ନଥିଲେ। ବାରବାଟୀ-କଟକ ଆସନରୁ ସେ କେବେ ନିର୍ବାଚିତ ହୋଇନାହାନ୍ତି। ମୋକିମଙ୍କୁ ଆଉ ପୂର୍ବତନ ବିଧାୟକ ବୋଲି କୁହାଯାଇପାରିବନି। ଏହି ବିଧାନସଭାର ସଦସ୍ୟ ମଧ୍ୟ ସେ ନୁହଁନ୍ତି। ଯେହେତୁ ସେ ବିଧାୟକ ନୁହଁନ୍ତି, ସେ ପେନ୍‌ସନ୍‌ ବି ପାଇବେନି ବୋଲି ଦେବାଶିଷ ସାମନ୍ତରାୟ ମନ୍ତବ୍ୟ ରଖିଛନ୍ତି।

Leave A Reply

Your email address will not be published.