Odisha Link
Bridging the Missing Links in Odisha

କର୍କଟ ରୋଗରୁ ମୁକ୍ତ କରିବାକୁ ନୂଆ ପ୍ରୟାସ; କଟକରେ ଆରମ୍ଭ ହେଲା କ୍ୟାନ୍ସର ଭ୍ୟାକ୍ସିନ୍ ଡ୍ରାଇଭ

ଓଏଲ୍‌ ବ୍ୟୁରୋ: କର୍କଟ ରୋଗରୁ ମୁକ୍ତ କରିବାକୁ ନୂଆ ପ୍ରୟାସ ଆରମ୍ଭ ହୋଇଛି। ବଜାରକୁ ଆସିଲା ସର୍ଭାଇକାଲ କ୍ୟାନ୍ସର ଭ୍ୟାକ୍ସିନ୍। ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ସର୍ଭାଇକାଲ କ୍ୟାନ୍ସର ଅଧିକ ଦେଖାଯାଉଥିବାରୁ ତାହା କିପରି ରୋକାଯାଇପାରିବ ସେନେଇ ଆଲମଦାବ କେୟାର ଫାଉଡେସନ ପକ୍ଷରୁୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ସର୍ଭାଇକାଲ କ୍ୟାନ୍ସର ଭ୍ୟାକ୍ସିନ୍ ଡ୍ରାଇଭ। ଭ୍ୟାକ୍ସିନେସନ ଡ୍ରାଇଭରେ ୮୫ ଜଣଙ୍କୁ ଭ୍ୟାକ୍ସନ୍ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ମାଗଣାରେ ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି।

କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ସର୍ଭାଇକାଲ କ୍ୟାନ୍ସର ଭ୍ୟାକ୍ସିନ୍ ଡ୍ରାଇଭ। ଭ୍ୟାକ୍ସିନର ମୂଲ୍ୟ ୨ ହଜାର ଟଙ୍କା ରହିଥିବା ବେଳେ ଲୋକଙ୍କୁ ୧୪ ଶହ ଟଙ୍କାରେ ଭ୍ୟାକ୍ସିନ୍ ଯୋଗାଇ ଦିଆଯାଇଛି। ଏହି ଭ୍ୟାକ୍ସିନର ବୟସ ସୀମା ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ୯ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇଟି ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ୧୪ରୁ ୨୬ ବର୍ଷ ବ୍ୟକ୍ତି ବିଶେଷଙ୍କୁ ତିନିଟି ଲେଖାଏଁ ଡୋଜ ଦିଆଯାଇଛି। ତେବେ କର୍କଟ ରୋଗରୁ ମୁକ୍ତ କରିବାକୁ ନୂଆ ପ୍ରୟାସ ଆରମ୍ଭ ହୋଇଛି।

Leave A Reply

Your email address will not be published.