Odisha Link
Bridging the Missing Links in Odisha

ଅସହ୍ୟ ତାତିରୁ ମିଳିଛି ତ୍ରାହି; ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହୋଇଥିଲା ପାରଦ। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ଅସ୍ତବ୍ୟସ୍ତ କରୁଥିବାବେଳେ ବର୍ଷା ହୋଇଛି। ଏହା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ କୋହଲା ରହିଛି। ଯାହା ଦ୍ୱାରା ଅସହ୍ୟ ତାତିରୁ ମିଳିଛି ତ୍ରାହି ମିଳିଛି।

ସୂଚନା ଅନୁସାରେ, ଗତ ଫେବୃଆରୀ ୨୨ରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ପରେ ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ବଢୁଥିବା ତାପମାତ୍ରାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ସୂଚନା ଜାରି ହୋଇଥିଲା। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୩୫ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। କେବଳ ସେତିକି ନୁହେଁ ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିଲା।