Odisha Link
Bridging the Missing Links in Odisha

ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନ ରିପୋର୍ଟ ପ୍ରଦାନ କଲେ ଉଚ୍ଚସ୍ତରୀୟ କମିଟି। ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ରିପୋର୍ଟ ପ୍ରଦାନ କରିଛି। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ରିପୋର୍ଟ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ୧୮, ୬୨୬ ପୃଷ୍ଠାର ଦୀର୍ଘ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟି ଗଠନର ୧୯୧ ଦିନ ପରେ ରିପୋର୍ଟ ପ୍ରଦାନ କରାଯାଇଛି। ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ପ୍ରଦାନ କରାଯାଇଛି।