ନିର୍ବାଚନୀ କସରତ: ନବୀନଙ୍କୁ ଭେଟିଲେ ଛାତ୍ର ବିଜେଡି ନେତା

ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ନବୀନ ନିବାସରେ ଛାତ୍ର ବିଜେଡି କର୍ମକତ୍ତା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ଛାତ୍ର ବିଜେଡି ନେତା। ତେବେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି କସରତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଗତକାଲି ଛାତ୍ର ବିଜେଡି ପକ୍ଷରୁ ଶଙ୍ଖ ଭବନରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ସ୍ଥିର ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଦଳୀୟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଏହାସହ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମଧ୍ୟ ଆଲୋଚନା ହେଉଛି। ନିର୍ବାଚନରେ ବିଜୟ ସାଙ୍ଗକୁ ରଣନୀତି ସମ୍ପର୍କରେ ଛାତ୍ର ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗୁରୁମନ୍ତ୍ର ନେଉଛନ୍ତି।