Odisha Link
Bridging the Missing Links in Odisha

ଶଙ୍ଖ ଛାଡ଼ିଲେ ପୂର୍ବତନ ଖଲ୍ଲିକୋଟ ବିଧାୟକ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ଜାରି ରହିଛି। ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଖଲ୍ଲିକୋଟ ବିଧାୟକ। ପୂର୍ବତନ ଖଲ୍ଲିକୋଟ୍ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି।

Leave A Reply

Your email address will not be published.