Odisha Link
Bridging the Missing Links in Odisha

ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢ଼ିବି: ଖାରବେଳ ସ୍ବାଇଁ

ଓଏଲ୍‌ ବ୍ୟୁରୋ: ଗତକାଲି ରାତିରେ ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥର ୪ ଜଣ ସାଂସଦଙ୍କ ଟିକଟ କଟିଛି। ଆଜି ପ୍ରକାଶ ପାଇଥିବା ତାଲିକାରେ କଳାହାଣ୍ଡି, ସମ୍ବଲପୁର, ବରଗଡ଼ ଓ ମୟୂରଭଞ୍ଜ ସାଂସଦଙ୍କ ନାଁ କଟିଛି। କନ୍ଧମାଳ ଆସନ ପାଇଁ ଟିକେଟ୍‌ ଘୋଷଣା ହୋଇନଥିବା ବେଳେ ଖାରବେଳେ ସ୍ବାଇଁ ଦେଇଛନ୍ତି ବିସ୍ଫୋରକ ବୟାନ।

ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରତାପ ଷଡଙ୍ଗୀଙ୍କ ନାଁ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁ। ସେ କହିଛନ୍ତି, ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢ଼େଇ କରିବି। ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରଖି ଭୋଟ୍‌ ମାଗିବି। ବିଜେପିର ବିକାଶ କଥା କହି ଲୋକଙ୍କୁ ଯିବି। ଏଥିସହିତ ଦଳରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି ଶ୍ରୀ ସ୍ବାଇଁ।

ସେ ଆହୁରି କହିଛନ୍ତି ଯେ, ମୁଁ ହେଉଛି ଅସଲ ବିଜେପି। ବିଜେଡି କିମ୍ବା କଂଗ୍ରେସକୁ ଯିବି ନାହିଁ। ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବି। ବାଲେଶ୍ବରରେ ରହୁଛି। ଏଇଠୁ ହିଁ ମୁଁ ଲଢ଼ିବି।

ସୂଚନାଥାଉକି, କିଛିଦିନ ତଳେ ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ଚଳିତଥର କିନ୍ତୁ ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ।ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ।ଏପରିକି ବାଲେଶ୍ୱରରୁ ଲଢିବାକୁ ଇଚ୍ଛା ଥିବା ନେଇ ଦଳର ନେତୃତ୍ୱଙ୍କୁ ଜଣାଇଥିଲେ।

Leave A Reply

Your email address will not be published.