Odisha Link
Bridging the Missing Links in Odisha

ସାଲେପୁର ଆସନ: ନାମାଙ୍କନ ଦାଖଲ କଲେ ଅରିନ୍ଦମ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲୁ ରହିଛି। କଟକ ଜିଲ୍ଲାର ସାଲେପୁର ନିର୍ବାଚନୀ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

ବିଜେପି ଟିକେଟ୍‌ ପାଇବା ପରେ ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ କହିଥିଲେ, ଜନତାଙ୍କ କାମ କରିବା ପାଇଁ ରାଜନୀତିକୁ ଆସିଥିଲି। ଆଉ ସେହି ଦାୟିତ୍ବ ହିଁ ଦଳ ପକ୍ଷରୁ ମିଳିଛି। ଜନତାଙ୍କ ପାଇଁ ନିଶ୍ଚିତ ଭାବେ ମୁଁ କାମ କରିବି। ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି। ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ମତେ ଲୋକେ ସେମାନଙ୍କ ପାଖରେ ନିଶ୍ଚିତ ପାଇବେ ବୋଲି କହିଥିଲେ।

ସୂଚନାଥାଉକି, ୨୦୧୯ ବିଧାନସଭା ନିର୍ବାଚନରେ ସାଲେପୁରୁ ନିର୍ବାଚନୀ ମଣ୍ଡଳୀରେ ବିଜେପି ପରାଜିତ ହୋଇଥିଲା। ବର୍ତ୍ତମାନର ବିଜେଡି ନେତା ତଥା ସେତେବେଳର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ୩୨ ହଜାର ଭୋଟରେ ହାରିଥିଲେ।

Leave A Reply

Your email address will not be published.