ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା; ସମ୍ବଲପୁରରୁ ଲଢ଼ିବେ ପ୍ରଣବ ପ୍ରକାଶ ଦାସ

ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେଡି ଜାରି କଲା ପ୍ରାର୍ଥୀ ତାଲିକା। ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଲୋଇସିଂହାରୁ ଲଢ଼ିବେ ନିହାର ରଞ୍ଜନ, ବିଷମ କଟକରୁ ଜଗନ୍ନାଥ ସାରକା, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବାସୁଦେବପୁରରେ ବିଷ୍ଣୁବ୍ରତ ରାଉତରାୟ, ଢେଙ୍କାନାଳରେ ସୁଧୀର ସାମଲ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ସୋନପୁରରୁ ନିରଞ୍ଜନ ପୂଜାରୀ, ପାଟଣାଗଡ଼ର ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ, ପାଟକୁରାରୁ ଅରବିନ୍ଦ ମହାପାତ୍ର ଲଢ଼ିବେ।
ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଆସିକାରୁ ରଂଜିତା ସାହୁ ଲଢ଼ିବେ।