ମିଳିଲାନି ଟିକେଟ୍; ପଦ୍ମ ଧରିଲେ ଅମରେନ୍ଦ୍ର

ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେବାପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆସନ୍ତକାଲି(ଶୁକ୍ରବାର) ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଥିଲେ। ବିଜେଡି ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ଅମରେନ୍ଦ୍ର। ଆଜି ଅମରେନ୍ଦ୍ର ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।
ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର ଭାବେ ବିଜେଡି ପାଇଁ କାମ କରି ଆସୁଥିଲେ ମଧ୍ୟ ଦଳ ତାଙ୍କପ୍ରତି ଅବିଚାର କରିଛି। ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ବ୍ୟବହାର କରି ଗୋଇଠାମାରି ବିଦା କରାଯାଉଛି। ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ, ଓଡ଼ିଶାର ବିକାଶର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି, ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେପିରେ ମିଶୁଥିବା କହିଛନ୍ତି।