ସକାଳୁ ଅସମ୍ଭାଳ ତାତି; ଆହୁରି ବଢ଼ିପାରେ ତାପମାତ୍ରା

ଓଏଲ୍ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍ ୱେଭ୍ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ସକାଳ ୮.୩୦ ସୁଦ୍ଧା ଅତ୍ୟଧିକ ତାତି ଅନୁଭୂତ ହୋଇଛି।
ସୂଚନା ଅନୁସାରେ, ଗତକାଲି ବୌଦ୍ଧ, ମାଲକାନଗିରି, ଟିଟିଲାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୪୧ ଡିଗ୍ରୀ ଟପିଛି ଦିନର ସର୍ବୋଚ୍ଚ ତାପମାତ୍ରା। ଭବାନୀପାଟଣାରେ ମଧ୍ୟ ଦିନର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତୁଳି ହେବ ସାରା ଓଡିଶା। ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ। ଗତକାଲି କଳାହାଣ୍ଡି ଜିଲ୍ଲା କୋକସରାରେ ସର୍ବାଧିକ ୩୫ ମିଲମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।