Odisha Link
Bridging the Missing Links in Odisha

କଲବଲ କରୁଛି ତାତି; ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଓଏଲ୍‌ ବ୍ୟୁରୋ: ଏବେଠୁ ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ୩୯.୮ ସହ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ବର। କେନ୍ଦୁଝରରେ ୩୯.୨, ବାଲେଶ୍ବର, ଝାରସୁଗୁଡ଼ାରେ ୩୮ ଡିଗ୍ରୀ, ରାଉରକେଲାରେ ୩୭.୮, ଚାନ୍ଦବାଲି, ସମ୍ବଲପୁରରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୬.୬, ପୁରୀରେ ୩୨.୪, ପାରାଦୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବୌଦ୍ଧ, ମାଲକାନଗିରି, ଟିଟିଲାଗଡ, ବଲାଙ୍ଗୀର ଓ ଅନୁଗୁଳରେ ୪୧ ଡିଗ୍ରୀ ଟପିଛି ଦିନର ସର୍ବୋଚ୍ଚ ତାପମାତ୍ରା। ଭବାନୀପାଟଣାରେ ମଧ୍ୟ ଦିନର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ପ୍ରଚଣ୍ଡ ରୌଦ୍ର ତାପରେ ସନ୍ତୁଳି ହେବ ସାରା ଓଡିଶା। ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ କିନ୍ତୁ ଗରମ କମିବ ନାହିଁ। ଗତକାଲି କଳାହାଣ୍ଡି ଜିଲ୍ଲା କୋକସରାରେ ସର୍ବାଧିକ ୩୫ ମିଲମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।