Odisha Link
Bridging the Missing Links in Odisha

ପଦ୍ମ ଧରିବେ ସୌମ୍ୟ-ପ୍ରସନ୍ନ !

୪ ଦିନ ତଳେ ବିଜୁ ଜନତା ଦଳରୁ ପ୍ରସନ୍ନ ଇସ୍ତଫା ଦେଇଥିବା ମଧ୍ୟ ସୂଚନା ରହିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିିଛି।

ଆଜି ଅପରାହ୍ନରେ ଓଡ଼ିଶା ରାଜନୀତିର ଦୁଇ ବରିଷ୍ଠ ରାଜନତୋ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବାର ସମ୍ଭାବନା ରହିଛି। ୪ ଦିନ ତଳେ ବିଜୁ ଜନତା ଦଳରୁ ପ୍ରସନ୍ନ ଇସ୍ତଫା ଦେଇଥିବା ମଧ୍ୟ ସୂଚନା ରହିଛି।

ସୂଚନାଥାଉକି, ସୌମ୍ୟରଞ୍ଜନ ପଟ୍ଟନାୟକ ପୂର୍ବରୁ ବିଜେପିରେ ମଧ୍ୟ ଥିଲେ। ପରେ ୧୯୯୬ରେ କଂଗ୍ରେସ ଟିକେଟରେ ଭୁବନେଶ୍ଵରରୁ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳ ତାଙ୍କୁ ୨୦୧୮ ମସିହାରେ ରାଜ୍ୟସଭାକୁ ପଠାଇଥିଲା, କିନ୍ତୁ ୨୦୧୯ ମସିହାରେ ସେ ରାଜ୍ୟ ସଭରୁ ଇସ୍ତଫା ଦେଇ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ବିପୁଳ ଭୋଟର ବିଜୟ ହୋଇଥିଲେ।

ସେହିପରି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ୧୯୯୮ ରୁ ୨୦୧୯ ଯାଇଁ କ୍ରମାଗତ ଭାବେ ପାଞ୍ଚଥର ଭୁବନେଶ୍ଵର ସାଂସଦ ଥିଲେ। କିଛି ଦିନ ଦଳେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଚୟନ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ସେ ଏବେ ବିଜେଡିରୁ ଇସ୍ତଫା ଦେଇ ବିଜେପି ଶିବିରରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.