Odisha Link
Bridging the Missing Links in Odisha

ଆଜିଠୁ ହିଙ୍ଗୁଳା ଯାତ୍ରା; ଭିଡ଼ ଉପରେ ନଜର ରଖିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଏଲ୍‌ ବ୍ୟୁରୋ: ଆଜିଠାରୁ ହିଙ୍ଗୁଳା ଯାତ୍ରା। ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ୩୦ତାରିଖ ପର୍ଯ୍ୟନ୍ତ ଧୁମ୍‌ଧାମରେ ହେବାକୁ ଯାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ କରାଯାଇଛି। ମନ୍ଦିର ଓ ଉଭାସ୍ଥଳୀ ଚତୁଃପାର୍ଶ୍ୱ ସହ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଅବସରରେ ରାଜ୍ୟ ବାହାର କଳାକାର ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ, ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଭିଡ଼ ଉପରେ ନଜର ରଖିବା ପାଇଁ ମନ୍ଦିର ଚତୁଃପାର୍ଶ୍ୱ ଓ ଉଭାସ୍ଥଳୀ ନିକଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆସନ୍ତା ୩୦ ତାରିଖରେ ମା’ଅଗ୍ନିରୂପାଙ୍କ ଶୀତୁଳା ପର୍ବ ସହ ଲୋକ ମହୋତ୍ସବ ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.