Odisha Link
Bridging the Missing Links in Odisha

ଝାରସୁଗୁଡ଼ାରେ ଅମିତ ଶାହ; ସୋନପୁରରେ କରିବେ ବିଶାଳ ନିର୍ବାଚନୀ ସଭା

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହାରି ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୋନପୁର ରାମେଶ୍ବରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅମିତ ଶାହ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧନ କରିବେ।

ଏହାପରେ ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟକ୍ରମ ସାରି ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚିବେ। ସେଠାରେ ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ପାଇଁ ବାହାରିବେ କେନ୍ଦ୍ର ଗୃହମନ୍ତ୍ରୀ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଞ୍ଚିବେ। ପରେ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.