Odisha Link
Bridging the Missing Links in Odisha

ଜେଲ୍‌ରେ ଥିବା ଖଲିସ୍ତାନୀ ଆତଙ୍କୀ ଅମୃତପାଲ ଲଢ଼ିବ ଲୋକସଭା ନିର୍ବାଚନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚାଲିଛି ନିର୍ବାଚନୀ ଋତୁ। ଆଉ ଏହି ଋତୁକୁ ଖାସକରି ରାଜନେତା ମାନେ ଉପଭୋଗ କରିବାକୁ ପଛାନ୍ତି ନାହିଁ। ଅନ୍ୟପଟେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଲାଇଛନ୍ତି ଖଲିସ୍ତାନୀ ସମର୍ଥକ। ଏବେ ଆସାମର ଦିବ୍ରୁଗଡ଼ ଜେଲରେ ବନ୍ଦ ଥିବା “ଓ୍ବାରିସ ପଞ୍ଜାବ ଦେ” ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂହ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ସ୍ୱାଧୀନ ପ୍ରାର୍ଥୀ ରୂପେ ସେ ଖଦୁର ସାହେବ ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏନେଇ ଅମୃତପାଳଙ୍କ ଓକିଲ ସୂଚନା ଦେଇଛନ୍ତି।

ନିକଟରେ ଅମୃତପାଲଙ୍କ ଓକିଲ ରାଜଦେବ ସିଂହ ଖାଲସା ତାଙ୍କୁ ଜେଲରେ ଭେଟିଥିଲେ। ଆଉ ସେହି ସମୟରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହୋଇଥିବା ସୂଚନା ରହିଥିଲା। ଏହି ସମୟ ମଧ୍ୟରେ ଅମୃତପାଲ ଗଣମାଧ୍ୟମ ପାଇଁ ଏକ ଭଏସ୍‌ ମେସେଜ ମଧ୍ୟ ସେୟାର କରିଥିଲା। ଏଥିରେ କୁହାଯାଇଛି ଯେ ଅମୃତପାଲ ପଞ୍ଜାବର ଖଦୁର ସାହେବରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ସେ କୌଣସି ଦଳର ନିର୍ବାଚନ ପ୍ରତୀକ ଉପରେ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ।

ସବୁଠୁ ବଡ଼କଥା ହେଲା ଖାଲସାଙ୍କ ଅନୁଯାୟୀ ଅମୃତପାଲ ମେ’ ୭ରୁ ୧୭ ମଧ୍ୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି। ବର୍ତ୍ତମାନ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ଅମୃତପାଲ ସିଂହଙ୍କୁ ଦିବ୍ରୁଗଡ ଜେଲରେ ବନ୍ଦୀ ଅଛନ୍ତି। ଖଲିସ୍ତାନୀ ସମର୍ଥିତ ସଂଗଠନ ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରେ ପୋଲିସ ଷ୍ଟେସନ ଆକ୍ରମଣ ସହ ଏକାଧିକ ହିଂସା ଭିଆଇବା ପରେ ଗିରଫ ହୋଇଥିଲା।ପ୍ରାୟ ମାସେ ବ୍ୟାପୀ ପୋଲିସର ଅପରେସନ ପରେ କିଛି ସହଯୋଗୀଙ୍କ ସମେତ ତାକୁ ପଞ୍ଜାବ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା।

Leave A Reply

Your email address will not be published.