Odisha Link
Bridging the Missing Links in Odisha

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ତେବେ ଆଜି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ର ଶେଷ ଦିନ।

ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆଜି ଅର୍ଥାତ ଏପ୍ରିଲ ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଜାଣନ୍ତୁ କେଉଁଠି, କେବେ ମତଦାନ?

ବ୍ରହ୍ମପୁରର ୬ଟି ବିଧାନସଭା କ୍ଷେତ୍ରରେ ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଚିକିଟି ଓ ପାରଳାଖେମୁଣ୍ଡିରେ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

କୋରାପୁଟର ୪ଟି ବିଧାନସଭା କ୍ଷେତ୍ରରେ ୭ରୁ ୫ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନୂଆପଡ଼ାର କିଛି ପୋଲିଂ ଷ୍ଟେସନରେ ୭ରୁ ୫ଟା ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୭ରୁ ୪ ସମୟ ନିର୍ଦ୍ଧାରିତ କରାଯାଇଛି। ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୪ଟା, ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣାରେ ୭ରୁ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନର୍ଲାର ୭ଟି ପୋଲିଂ ଷ୍ଟେସନରେ ୭ରୁ ୪ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୬ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ କରାଯାଇଛି। କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

Leave A Reply

Your email address will not be published.