Odisha Link
Bridging the Missing Links in Odisha

ଶିମିଳିପାଳରେ ଲାଗିଛି ନିଆଁ; ବାଘଙ୍କ ସୁରକ୍ଷାକୁ ନେଇ ବଡ଼ ଖବର ଦେଲେ ପିସିସିଏଫ୍

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରା ଯୋଗୁଁ ଜଳୁଛି ଶିମିଳିପାଳ। ଜଙ୍ଗଲରେ ନିଆଁ ଲାଗିବା ସତ୍ତ୍ୱେ ଶିମିଳିପାଳରେ ବାଘ ସୁରକ୍ଷିତ ଥିବା ଜଣା ପଡିଛି। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଥିବାବେଳେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ନଜର ରଖିଛି।

ନିଆଁ ଲାଗିବା ମାତ୍ରେ ବନବିଭାଗକୁ ଏଆଇ କ୍ୟାମେରା ଖବର ଦେଉଛି। ଏବେ ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହୋଇଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ ବ୍ୟବହାର ହେବ। ଆଜି ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଏଥିସହ ସେ ଏକ ଛୋଟ ବାଘ ଖେଳୁଥିବା ଭିଡିଓ ବି ସେୟାର୍ କରିଛନ୍ତି।

Leave A Reply

Your email address will not be published.