Odisha Link
Bridging the Missing Links in Odisha

ଜୁନ୍‌ ପହିଲାରୁ ଟି-୨୦ ବିଶ୍ବକପ୍‌, ଉସେନ ବୋଲ୍ଟ ହେଲେ ବ୍ରାଣ୍ଡ ଆମ୍ବାସଡର

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବ ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌। ଚଳିତଥର ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ। ଆଉ ସବୁଠୁ ବଡ଼କଥା ହେଲା ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କୁ ପୁରୁଷ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରିଛି ଆଇସିସି।-୨୦ ବିଶ୍ୱକପର ପ୍ରଚାର-ପ୍ରସାର କରିବେ ଉସେନ ବୋଲ୍ଟ।

ବିଶ୍ବ ଦରବାରରେ ବୋଲ୍ଟ ଆଥଲେଟ ଭାବେ ବେଶ ପରିଚିତ। ଏକାଧିକ ବିଶ୍ବ ରେକର୍ଡର ଅଧିକାରୀ ବୋଲ୍ଟ ଥରେ ଏକ ସାକ୍ଷାତକାରରରେ କହିଥିଲେ ଯେ କ୍ରିକେଟର ହେବା ତାଙ୍କ ପ୍ରଥମ ପସନ୍ଦ ଥିଲା। ଆଉ ତାଙ୍କ ପସନ୍ଦକୁ ଆଇସିସି ଦେଇଛି ବଡ଼ ଉପହାର। ସୌଭାଗ୍ୟବଶତଃ ଆଇସିସି ଟି-୨୦ ବିଶ୍ୱକପରେ ତାଙ୍କୁ ବ୍ରାଣ୍ଡ ଆମ୍ବାସଡର ହେବାର ସୁଯୋଗ ମିଳିଛି। ବ୍ରାଣ୍ଡ ଆମ୍ବାସଡର ହେବା ପରେ ବୋଲ୍ଟ କହିଛନ୍ତି, ଆମେରିକାରେ ବିଶ୍ୱକପ ଆୟୋଜିତ ହେଉଥିବାରୁ ମୁଁ ବେଶ୍ ଖୁସି। ସେ ୱେଷ୍ଟଇଣ୍ଡିଜକୁ ସମର୍ଥନ କରିବେ ବୋଲି କହିଛନ୍ତି।

ବିଶ୍ୱକପର ପ୍ରଚାର-ପ୍ରସାର ସହ ଆସନ୍ତା ସପ୍ତାହରେ ଉନ୍ମୋଚିତ ହେବାକୁ ଥିବା ବିଶ୍ୱକପ ସଂଗୀତ ଭିଡିଓରେ ନଜର ଆସିବେ ବୋଲ୍ଟ। ତାଙ୍କ ସହ ସିନ ପଲ୍ ଓ କେସ୍ ମଧ୍ୟ ସାମିଲ ରହିବେ।ଗ୍ରୁପ୍ ପର୍ଯ୍ୟାୟରେ ଥିବା ୪୦ ଟି ମ୍ୟାଚ୍ ମଧ୍ୟରୁ ୧୬ଟି ଆମେରିକାରେ ଡାଲାସ୍, ନ୍ୟୁୟର୍କ ଏବଂ ଫ୍ଲୋରିଡାର ୩ଟି ସ୍ଥାନରେ ଖେଳାଯିବ।

Leave A Reply

Your email address will not be published.