Odisha Link
Bridging the Missing Links in Odisha

ନିର୍ବାଚନ ମୈଦାନରେ ଭି.କେ ପାଣ୍ଡିଆନଙ୍କ ବଡ଼ ବୟାନ; କହିଲେ….

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିି ଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ଗତକାଲି ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି।

ଏହା ପରେ ଆଜି କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିଛନ୍ତି ଭି.କେ ପାଣ୍ଡିଆନ। ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚି ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ଗସ୍ତ କରିଥିଲେ। ସେଠାରେ ମଧ୍ୟ ଜନସଭାରେ ଉଦବୋଧନ ଦେଇଛନ୍ତି। ଏହାପରେ ବିଷମକଟକରେ ଜନସଭାକୁ ସମ୍ବୋଧନ କରିଛନ୍ତି। ସେମିଳିଗୁଡ଼ାରେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ପର୍ଯ୍ୟଟନ ସ୍ଥଳୀର ଉନ୍ନତି ହେଲେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଧ୍ୟାନ ଦେଇଥିବା ଭି.କେ ପାଣ୍ଡିଆନ୍ କହିଛନ୍ତି।

ଏହା ପରେ ବିଷମକଟକରେ କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ ସଂଖ୍ୟାରେ ଆସିଛନ୍ତି, ବିରୋଧୀ ଦଳମାନଙ୍କର ନିଦ ଭାଙ୍ଗିଯାଇଛି। ନିର୍ବାଚନ ଆସିଲେ ନେତା ଆସିବେ, ପରେ ଖୋଜିଲେ ବି ପାଇବେନି। ନିର୍ବାଚନ ଆସିଲେ ସେମାନେ ମିଠା ମିଠା କଥା କହିବେ। ନିର୍ବାଚନ ସରିଲେ ସେମାନଙ୍କ ଦେଖା ମିଳିବନି। ଆମେ ଯେଉଁ ଦରଖାସ୍ତ ନେଇଛୁ, ତାହାର ସମାଧାନ କରିଛୁ। ବିଷମକଟକ ପାଇଁ ୧୬୦ କୋଟି ମଞ୍ଜୁର ହୋଇଛି। ଲକ୍ଷ୍ମୀପୁର ବାସୀଙ୍କୁ ନବୀନ ବାବୁଙ୍କ ଗ୍ୟାରେଣ୍ଟି ଦିଆଯିବ। କାରଣ ନବୀନ ବିକାଶରେ ବିଶ୍ବାସ କରନ୍ତି ବୋଲି ଭି.କେ ପାଣ୍ଡିଆନ କହିଛନ୍ତି ।

Leave A Reply

Your email address will not be published.