Odisha Link
Bridging the Missing Links in Odisha

ପୁରୀରେ ନୀତିନ ଗଡ଼କରୀ; ଶ୍ରୀଜିଉଙ୍କୁ କଲେ ଦର୍ଶନ

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ କ୍ରମାଗତ ଭାବେ ଓଡିଶାକୁ ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରୀୟ ନେତା।

ଏହି କ୍ରମରେ ଆଜି ପୁରୀରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଅପରାହ୍ଣରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ବିରାଟ ସମାବେଶକୁ ସମ୍ବୋଧିତ କରିବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଷ୍ଟାର କ୍ୟାମ୍ପେନର ନୀତିନ ଗଡକରୀ ଭୋଟ ମାଗିବେ।