କାଶୀନଗର ଏନ୍ଏସି ଅଧ୍ୟକ୍ଷାଙ୍କୁ ଆଶ୍ବସ୍ତି; ସଦସ୍ୟତା ରଦ୍ଦ ମାମଲାରେ ଲାଗିଲା ରୋକ

ଓଏଲ୍ ବ୍ୟୁରୋ: ଗଜପତି ଜିଲ୍ଲା କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍. ସୁଧାରାଣୀଙ୍କୁ ଆଶ୍ବସ୍ତି ମିଳିଛି। ନିର୍ବାଚନ କମିଶନରେ ସଦସ୍ୟତା ରଦ୍ଦ ସଂପର୍କିତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ। ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନ୍ଏସି ଅଧ୍ୟକ୍ଷା ଏମ୍. ସୁଧାରାଣୀଙ୍କ ନାଁରେ ଦଳବଦଳ ବିରୋଧ ଆଇନ ଉଲ୍ଲଙ୍ଘନ ଅଭିଯୋଗ ଥିଲା। ସଦସ୍ୟତା ରଦ୍ଦ ପାଇଁ ଆବେଦନ କରିଥିଲେ ସାଂସଦ ସସ୍ମିତ ପାତ୍ର। ଏହି ମାମଲାରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ।