Odisha Link
Bridging the Missing Links in Odisha

ପାଣ୍ଡିଆନଙ୍କ ମାରାଥନ ପ୍ରଚାର; ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଟିଟିଲାଗଡ଼ରେ ଅପିଲ୍‌

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଟିଟିଲାଗଡ଼ରେ ଭି.କେ ପାଣ୍ଡିଆନ ମାରାଥନ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ ଦେବାକୁ ନିବେଦନ କରିଛନ୍ତି।

ଜନସଭାକୁ ସମ୍ବୋଧନ କରି ଭି.କେ ପାଣ୍ଡିଆନ କହିଛନ୍ତି, ସଇଁତଳାକୁ ଏନଏସି କରିଛନ୍ତି ମୁଖ୍ୟମନ୍ତ୍ରୀ। ଛତିଶଡ଼ର ମନ୍ତ୍ରୀମାନେ ଆସୁଛନ୍ତି, ଟଙ୍କା ବାଣ୍ଟୁଛନ୍ତି। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି। ଆପଣମାନେ ନିର୍ବାଚନରେ ଉଚିତ ଜବାବ ଦେବେ। ଆଉ କିଏ ଜିତିଲେ ଟିଟିଲାଗଡ଼ ବହୁତ ପଛକୁ ପଳାଇବ। ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ ଦେବାକୁ ନିବେଦନ କରିଛନ୍ତି। ଜୁନ୍‌ ୯ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ପ୍ରଥମ ଦସ୍ତଖତ କରିବେ, ଜୁଲାଇରୁ ବିଜୁଳି ବିଲ୍‌ ଆସିବନି। ମାଗଣା ବିଜୁଳି ଦେବ କହି ବିଜେପି ଦିନରେ ଲଣ୍ଠନ ଦେଖାଉଛି। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଭିକେ ପାଣ୍ଡିଆନ ଅପିଲ କରିଛନ୍ତି।