Odisha Link
Bridging the Missing Links in Odisha

ପୁରୀରେ ମଠ ଭାଙ୍ଗିବା ପ୍ରସଙ୍ଗ: ଭିଡିଓ ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେଲେ ଭି.କେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ପୁରୀରେ ମଠ ମନ୍ଦିର ଭାଙ୍ଗିବାକୁ ନେଇ ବିଜେପି ଶାସକଦଳକୁ ଟାର୍ଗେଟ କରୁଛି।

ଯାହାକୁ ନେଇ ଆଜି ଏକ ଭିଡିଓ ମାଧ୍ୟମରେ କଡ଼ା ଜବାବ ଦେଇଛନ୍ତି ଭିକେ ପାଣ୍ଡିଆନ। ପୁରୀରେ ଥିବା ମଙ୍ଗୁ ମଠର ଉଦାହରଣ ଦେଇ ଭିଡିଓ ପୋଷ୍ଟ କରି ଭି.କେ ପାଣ୍ଡିଆନ କହିଛନ୍ତି, ମଠ ପାଖରେ ଶୌଚାଳୟ ଥିଲା, ଜୋତା ଦୋକାନ ଥିଲା। ଏସବୁକୁ ଭାଙ୍ଗିକି ମଠର ପବିତ୍ରତାକୁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ। ଏସବୁରେ ଅସୁବିଧା କୋଉଠି ରହିଲା ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି।  ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.