Odisha Link
Bridging the Missing Links in Odisha

ଭୁବନେଶ୍ବରରେ ନବୀନଙ୍କ ଶେଷ ପ୍ରଚାର, ମେଗା ରୋଡ ଶୋ’ରେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ପାଖଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାରିଖ। ଏହାକୁ ନଜରରେ ରଖି ରାଜ୍ୟର ୩ ପ୍ରମୁଖ ଦଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ରାଜଧାନୀୟ ଭୁବନେଶ୍ବରରେ ମେଗା ରୋଡ ଶୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଦୁଇ ଥର ରୋଡ ଶୋ’ କରିଥିବା ବିଜେଡି ସୁପ୍ରିମୋ ଆଜି ତୃତୀୟ ଥର ପାଇଁ ରୋଡ ଶୋ’ କରିଛନ୍ତି। ଏହା ହେଉଛି ଭୁବନେଶ୍ବରରେ ନବୀନଙ୍କ ଶେଷ ପ୍ରଚାର। ସିଆରିପି ଛକରୁ ଆରମ୍ଭ ହୋଇଛି ନବୀନଙ୍କ ରୋଡ ଶୋ’। ତାହା ପଟିଆ ଛକିଆ ପର୍ଯ୍ୟନ୍ତ ଚାଲିବ। ବିଜେଡି ସଭାପତି ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ମାଗୁଛନ୍ତି।

ଉତ୍ତର ଭୁବନେଶ୍ୱର ରେଣ୍ଟାଲ, ଓମଫେଡ ଛକ, ସାଲିଆସାହି ପେଟ୍ରୋଲ ପମ୍ପ, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ଶୋ’ ହେବ । ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ ।ସେହିପରି ସିଆରପି ଛକରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୫ରୁ ରୋଡ ସୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ। ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ରୁ ଜୟଦେବ ବିହାର ଛକରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ।

Leave A Reply

Your email address will not be published.