କାଲି ଓଡ଼ିଶା ଆସିବେ ସ୍ମୃତି ଇରାନୀ, କେନ୍ଦ୍ରାପଡ଼ାରେ କରିବେ ପ୍ରଚାର

ଓଏଲ୍ ବ୍ୟୁରୋ: ଦେଶରେ ୫ଟି ପର୍ଯ୍ୟାୟ ଓ ରାଜ୍ୟରେ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟରେ ତୃତୀୟ ଭୋଟ୍ ଗ୍ରହଣ ହେବ। ସେହିଭଳି ଜୁନ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନକୁ ନଜରରେ କେନ୍ଦ୍ରୀୟ ନେତୃତ୍ୱ ଗହନ ଘନ ଓଡିଶା ଗସ୍ତରେ ଆସୁଛନ୍ତି। ତେବେ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ। ପାରାଦୀପର କୁଜଙ୍ଗଠାରେ ସ୍ମୃତି ଇରାନୀଙ୍କ ପ୍ରଥମ ସଭା ଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀଙ୍କ ୨ୟ ସଭା ରହିଛି। ଆଳି ପରେ ରେମୁଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।