Odisha Link
Bridging the Missing Links in Odisha

ପୁରୀ ବେଳାଭୂମିରେ ମତଦାନର ବାର୍ତ୍ତା, ବାଲୁକା କଳାରେ ଭୋଟର ସଚେତନତା

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକା କଳା। ସୁଦର୍ଶନ ଏହି ବାଲୁକା କଳାରେ ପ୍ରାୟ ୫ କୁଇଣ୍ଟାଲ ଆମ୍ବ ପ୍ରୟୋଗ କରିଛନ୍ତି।

ବାଲୁକା କଳା ମାଧ୍ୟମରେ ଭୋଟର ମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏପରି ବାଲୁକା କଳା ନିର୍ମାଣ କରିଥିବା ମତ ରଖିଛନ୍ତି। ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବା ସହ ମୂଲ୍ୟବାନ ଭୋଟ ପ୍ରଦାନ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି। ସୁଦର୍ଶନ ଓ ତାଙ୍କ ସାଥି କଳାକାର ମାନଙ୍କୁ ଏହି ବାଲୁକା କଳା ନିର୍ମାଣ ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିବା ବେଳେ ଏହାକୁ ଦେଖି ପର୍ଯ୍ୟଟକ ମାନେ ପ୍ରଶଂସା କରିଥିଲେ।