Odisha Link
Bridging the Missing Links in Odisha

ମହାଠକ ମୋହନଙ୍କୁ ବାନ୍ଧିଲା ଇଓଡବ୍ଲୁ, ନାଁରେ ରହିଛି ୫୦ କୋଟି ଠକେଇ ଅଭିଯୋଗ

ଓଏଲ୍‌ ବ୍ୟୁରୋ: ମହାଠକକୁ ଧରିଲା ଇଓଡବ୍ଲୁ। ୫୦ କୋଟି ଠକେଇ ଅଭିଯୋଗରେ ଭୁବନେଶ୍ବରର ମୋହନ ପରିଡ଼ାଙ୍କୁ ବାନ୍ଧିଛି ଇଓଡବ୍ଲୁ। ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ା ୩ ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି।

୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ। ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ପାଇଥିଲେ। ପ୍ରଥମେ କିଛି ଜମାକାରୀ ଟଙ୍କା ଫେରସ୍ତ ପାଇବା ପରେ ଏଥିରେ ଅଧିକରୁ ଅଧିକ ଟଙ୍କା ଜମା କରିଥିଲେ।ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକି ଫେରାର ହୋଇଯାଇଥିଲା।

ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନକୁ ଗିରଫ କରାଯାଇଛି।ପାଖାପାଖି ୨ହଜାର ଲୋକଙ୍କ ଠାରୁ ଏହି ଠକେଇ ହୋଇଛି।

Leave A Reply

Your email address will not be published.