Odisha Link
Bridging the Missing Links in Odisha

ଇଭିଏମ୍‌ ଭଙ୍ଗା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଓଏଲ୍‌ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍‌ ଭାଙ୍ଗିବା ମାମଲାରେ ବନ୍ଧା ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ।ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର ସିସିଟିଭି ଫୁଟେଜ ଆସିଛି। ଏହି ଫୁଟେଜକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡିଆରେ ଏକ ମିନିଟ ୧୫ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେଉଥିବାର ସ୍ପଷ୍ଟ ଦେଖା ଯାଉଛି। ସେ ଧାଡିରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ପରେ ସେ ଭୋଟ ଦେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।ପରେ ମତଦାନ ଗୃହରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଛି।

ଅନ୍ୟପଟେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଏସ୍‌ପି ନିଜର ପ୍ରତିକ୍ରିୟା ରଖିଛନ୍ତି। ସିସିଟିଭି ଫୁଟେଜ ହସ୍ତଗତ ହୋଇନଥିବା କହିଛନ୍ତି। ସେ କହିଛନ୍ତି, ସିସିଟିଭି ଫୁଟେଜ୍‌ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରାଯାଇଛି। ସାଂସଦ ଅପରାଜିତାଙ୍କ ଭିଡ଼ିଓ ହସ୍ତଗତ ସମ୍ପର୍କରେ ଜାଣିନାହିଁ। ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ସମ୍ପର୍କରେ ଅଭିଯୋଗର ତଦନ୍ତ ହେବ। ଘଟଣାରେ ଡ୍ରାଇଭର ସାକ୍ଷୀ ନଥିବାରୁ ଖୋର୍ଦ୍ଧା ପୁଲିସ ପଚରାଉଚରା କରିନି ବୋଲି କହିଛନ୍ତି।

Leave A Reply

Your email address will not be published.