Odisha Link
Bridging the Missing Links in Odisha

ନିର୍ବାଚନ ଋତୁରେ କମିଲା ସୁନା ଦର, ଜାଣନ୍ତୁ ଆଜିର ଦର କେତେ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। କମିଲା ସୁନା ଓ ରୂପା ଦର। ନିର୍ବାଚନ ଋତୁ ଚାଲିଥିବା ବେଳେ ସୁନାଦର କମିଛି। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି।

ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି। ହେଲେ ସୁନା ଦର ଏବେ ବି ଅଧିକ ରହିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୨ ହଜାର ୭୧୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬ ହଜାର ୬୫୦ ଟଙ୍କା ରହିଛି।