Odisha Link
Bridging the Missing Links in Odisha

ଗଞ୍ଜାମରେ ହିଂସା ରୋକିବାକୁ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ବନ୍ଦ ରହିବ ବଜାର

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ହେଲେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ଥମିବାର ନାଁ ନେଉନି। ଯାହାକୁ ନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଚିନ୍ତା ପ୍ରକଟ କରିବା ସହ ରାଜନୈତିକ ହିଂସା ରୋକିବାକୁ ପଦକ୍ଷେପ ନେଇଛି।

ମିଳିଥିବା ସୂଚନା ମୁତାବିକ, କିଛି ଦିନ ହେବ ଞ୍ଜାମରେ ନିର୍ବାଚନୀ ହିଂସା ନେଇ ଅନେକ ଖବର ସାମ୍ନାକୁ ଆସୁଛି। ତେବେ ଗଞ୍ଜାମରେ ରାଜନୈତିକ ହିଂସା ରୋକିବାକୁ ଜୁନ୍ ୪ ଯାଏଁ ରାତି ସାଢ଼େ ୮ଟା ପରେ ଖୋଲିବନି ଦୋକାନ, ବଜାର। ହୋଟେଲ୍, ଢାବା ଓ ଚା’ ଦୋକାନ ମଧ୍ୟ ବନ୍ଦ ରହିବ। ଏନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।