Odisha Link
Bridging the Missing Links in Odisha

ପୁରୀ: ଆଜି ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ୩ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୭ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ହେବ। ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ। ପରମ୍ପରା ଅନୁଯାୟୀ ଦତ୍ତ ମହାପାତ୍ର ସେବକ ମାନେ ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରିବେ।

ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ। ଠାକୁରଙ୍କୁ ମଇଲମ କରାଯିବା ସହ ପହୁଡ ଆଳତି କରାଯିବ। ବନକଲାଗି ନୀତି ସରିବା ପରେ ଶ୍ରୀଜିଉଙ୍କୁ ମହାସ୍ନାନ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି , ବଡ ସିଂହାର ବେଶ , ବଡ ସିଂହାର ଭୋଗ ଏବଂ ରାତ୍ର ପହୁଡ କରାଯିବ। ବନକ ଲାଗି ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ସାଧାରଣ ଲୋକ ଏହି ସମୟରେ ଦର୍ଶନରୁ ବଞ୍ଚିତ ରହିବେ।