ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ ଦିନିଆ ଅନ୍ତରୀଣ ଜାମିନ
ଓଏଲ୍ ବ୍ୟୁରୋ: ଖୋର୍ଦ୍ଧାର ନୂଆ ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ। ନିର୍ବାଚନ ଫଳାଫଳ ପାଇବାର ୩ ଦିନ ପରେ ମାତ୍ର ୩ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଖୋର୍ଦ୍ଧା ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।
ପୂର୍ବରୁ ମେ’ ୩୧ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ସେତେବେ ଳେ ଜାମିନ ଖାରଜ କରିଥିଲେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨। ବୁଥ୍ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଛନ୍ତି ଜଗଦ୍ଦେବ।
ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ଜଣ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ। ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୁଲିସ।