ପ୍ରଥମ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ, ଶପଥ ପାଠ କରାଇଲେ କାମଚଳା ବାଚସ୍ପତି

ଓଏଲ୍ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆଜି ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆରମ୍ଭ ହୋଇଛି ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଧାନସଭାରେ ଶପଥ ନେଇଛନ୍ତି। ସେମାନଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
୨୪ ବର୍ଷ ପରେ ବିରୋଧୀ ଦଳ ଆସନରେ ବସିବ ବିଜୁ ଜନତା ଦଳ। ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଶପଥ ନେଉଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଚଳିତ ଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରରିଷ୍ଟ ଟିମ୍ ମଧ୍ୟ ମୁତୟନ କରାଯାଇଛି।