Odisha Link
Bridging the Missing Links in Odisha

ଆଜି ବାଚସ୍ପତି ନିର୍ବାଚନ: ବିଧାୟିକା ସୁରମା ପାଢ଼ୀ ଭରିଛନ୍ତି ନାମାଙ୍କନ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଏସବୁ ଭିତରେ ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୁରମା ପାଢ଼ୀଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ନିର୍ବାଚନ ହେବ। ହେଲେ ନିର୍ଦ୍ଧାରିତ ସମୟରେ ଆଉ କେହି ଭରିନାହାନ୍ତି ନାମାଙ୍କନ। ଯାହାଦ୍ୱାରା ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହେବେ ସୁରମା ପାଢ଼ୀ।