Odisha Link
Bridging the Missing Links in Odisha

‘ପ୍ରତ୍ୟେକ ପଞ୍ଚାୟତରେ ହେବ ଆରୋଗ୍ୟମ୍‌ ସେଣ୍ଟର, ନିଯୁକ୍ତି ପାଇବେ ଯୋଗ ଶିକ୍ଷକ’

ଓଏଲ୍‌ ବ୍ୟୁରୋ: ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି।

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗାନ୍ଧୀ ଷ୍ଟାଡିୟମ, ବଲାଙ୍ଗୀର ଠାରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସ କରିଛନ୍ତି ମୁକେଶ ମହାଲିଙ୍ଗ। ନିୟମିତ ଯୋଗାଭ୍ୟାସ ଆମ ଜୀବନରେ ସକାରାତ୍ମକ ପ୍ରଭାବ ଆଣିଥାଏ। ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ହେବ ଆରୋଗ୍ୟମ୍‌ ସେଣ୍ଟର। ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଖୋଲିବ ଆରୋଗ୍ୟମ୍‌ ସେଣ୍ଟର। ପ୍ରତି ଆରୋଗ୍ୟମ୍‌ ସେଣ୍ଟରରେ ଯୋଗ ଶିକ୍ଷକ ରହିବେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।