Odisha Link
Bridging the Missing Links in Odisha

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା

ଓଏଲ୍‌ ବ୍ୟୁରୋ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭାରେ ବାଚସ୍ପତି ନିର୍ବାଚନ ହୋଇଛି। ଏନଡିଏ ପ୍ରାର୍ଥୀ ଭାବେ ଓମ୍‌ ବିର୍ଲା ନାମାଙ୍କନ ଭରିଥିବା ବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନାମାଙ୍କନ ଭରିଥିଲେ କେ.ସୁରେଶ। ୧୯୪୬ ମସିହା ପରେ ପ୍ରଥମ ଥର ପାଇଁ ବାଚସ୍ପତି ନିର୍ବାଚନ ହୋଇଥିବାବେଳେ ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନିମତରେ ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି। ଇଣ୍ଡିଆ ମେଣ୍ଟ ପକ୍ଷରୁ ନାମାଙ୍କନ ଭରିଥିବା କେ.ସୁରେଶଙ୍କୁ ହରାଇ ଲୋକସଭା ବାଚସ୍ପତି ଭାବେ ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି।