Odisha Link
Bridging the Missing Links in Odisha

ଅପରାହ୍ନରେ ପ୍ରକାଶ ପାଇବ +୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା, କାଲିଠୁ ନାମଲେଖା

ଓଏଲ୍‌ ବ୍ୟୁରୋ: ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ନିମନ୍ତେ ଜୁନ ୨୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ଆଜି ଅର୍ଥାତ ଜୁଲାଇ ୫ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ଏଥିସହିତ ମନୋନୀତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ ବୋଲି ପୂର୍ବରୁ ଅବଗତ କରାଇ ଦିଆଯାଇଛି। ଦ୍ୱିତୀୟ ମେଧା ତାଲିକାରେ କେଉଁ ଛାତ୍ରଛାତ୍ରୀ ମନୋନୀତ ହେଉଛନ୍ତି, ସେମାନେ ସାମ୍ସର ଅଫିସିଆଲ ୱେବସାଇଟରେ ଦେଖିପାରିବେ। http://www.samsodisha.gov.in