Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜିଲ୍ଲା ଯୋଗାଣ ଅଧିକାରୀ। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଘରେ ରେଡ୍ ଚାଲିଛି। ଅଧିକାରୀଙ୍କ ବଲାଙ୍ଗିର ସିଲିକନ ଭ୍ୟାଲିରେ ଥିବା ଭଡାଘର ସମେତ ପୈତୃକ ଘର ବ୍ରହ୍ମପୁରରେ ମଧ୍ୟ ରେଡ୍ ଜାରି ରହିଛି।