Odisha Link
Bridging the Missing Links in Odisha

କଟକ ବଡ଼ ମେଡିକାଲରେ ଉତ୍ତେଜନା, ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରେ ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଛି। ହାଉସ ସର୍ଜନ ଏବଂ ନର୍ସିଂ ଅଫିସର ମୁହାଁମୁହିଁ ହୋଇଛନ୍ତି। ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ନେଇ ବିବାଦ ଦେଖାଦେଇଛି। ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ ଏନେଇ ଅଭିଯୋଗ କରିଥିଲେ ନର୍ସିଂ ଅଫିସର।

ଏହି ଘଟଣାକୁ ନେଇ ୧୦ ଜଣ ହାଉସ ସର୍ଜନ ସମ୍ପୃକ୍ତ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି। ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନର୍ସିଂ ଅଫିସର। ଏନେଇ କଟକ ବଡ଼ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯାଇଛି।