Odisha Link
Bridging the Missing Links in Odisha

ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଅବପାତରେ ପରିଣତ ହୋଇଛି। ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ଅବପାତ ଗତି କରୁଥିବାବେଳେ କାଲି ସକାଳ ସୁଦ୍ଧା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି।

ଆଜି କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ କରାଯାଇଛି। ଆସନ୍ତାକାଲି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।