Odisha Link
Bridging the Missing Links in Odisha

ଗୃହରେ ଅଚଳାବସ୍ଥା, ବାଚସ୍ପତିଙ୍କ ପୋଡିୟମ୍‌କୁ ଚଢ଼ିଲେ କଂଗ୍ରେସ ବିଧାୟକ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଷଷ୍ଠ ଦିନ। ଗୃହକାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଆଲୋଚନା ଜାରି ରହିଥିଲା। ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବିବୃତି ପରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡ଼ିୟମ୍‌କୁ ଚଢ଼ିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ପୁଣି ମୁଲତବି ରଖାଯାଇଛି।

ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ। ଏହା ପରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ସବୁ ନୋଟିସ ଉପରେ ଆଲୋଚନା କରି କହିବି ବୋଲି ବାଚସ୍ପତି କହିଛନ୍ତି। ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହ ମୁଲତବି ଘୋଷଣା କରାଯାଇଥିଲା।