Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର, ସ୍ବଚ୍ଛତା ଓ ନିରପେକ୍ଷତାକୁ ମିଳିବ ଗୁରୁତ୍ବ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବ। ଅଗଷ୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହେଉଛି। ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ଦିଆଯିବ। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଆଇନ ବିଭାଗ ଦେଇଛି। ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ବ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ହୋଇ ଆସୁଥିଲା ଅଭିଯୋଗ।