ଦୁଲୀପ ଟ୍ରଫି: ବିସିସିଆଇ ଘୋଷଣା କଲା ୪ଟି ଦଳ, କେଉଁ ଦଳରେ କେଉଁ ଖେଳାଳି ଅଛନ୍ତି ଜାଣନ୍ତୁ
ଓଏଲ୍ ବ୍ୟୁରୋ: ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫି। ଏଥିପାଇଁ ୪ଟି ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ ପରିଷଦ। ସବୁଠୁ ବଡ଼କଥା ହେଲା ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି ଓ ଷ୍ଟାର ବୋଲର ଯଶପ୍ରୀତ ବୁମରା ଚଳିତ ଦୁଲୀପ ଟ୍ରଫି ଖେଳିବେ ନାହିଁ। ତାଙ୍କ ବିନା ୪ଟି ଟିମ୍ ଘୋଷଣା କରିଛି ବିସିସିଆଇ।
ଟିମ୍ ଏ, ଟିମ୍ ବି, ଟିମ୍ ସି, ଟିମ୍ ଡି ନାମରେ ୪ଟି ଦଳରେ ନାମିତ କରିଛ ବିସିସିଆଇ। ଟିମ୍-ଏ ର ଅଧିନାୟକ ଶୁଭମନ ଗିଲ୍ ହୋଇଥିବା ବେଳେ ଟିମ୍-ବି ର ଅଧିନାୟକ ଅଭିମନ୍ୟୁ ଇଶ୍ବରନ୍ ହୋଇଛନ୍ତି। ସେହିପରି ଟିମ୍-ସି ର ଅଧିନାୟକ ଋତୁରାଜ ଗାଏକଓ୍ବାଡ ଓ ଟିମ୍-ଡି ର ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କୁ ନିଯୁକ୍ତ କରାଯାଇଛି।
ଟିମ୍- ଏ:
ଶୁଭମନ ଗିଲ୍ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରିଆନ ପରାଗ, ଧ୍ରୁବ ଜୁରେଲ, କେଏଲ ରାହୁଲ, ତିଳକ ବର୍ମା, ଶିଭମ ଦୁବେ, ତନୁଶ କୋଟିଆନ, କୁଳଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ଖଲିଲ ଅହମ୍ମଦ, ଆଭେଶ ଖାନ, ବିଦଓ୍ବାଥ କଭେରପ୍ପା, କୁମାର କୁଶରଗା, ଶାଶ୍ବତ ରାଓ୍ବତ
ଟିମ୍-ବି:
ଅଭିମନ୍ୟୁ ଇଶ୍ବରନ୍ (ଅଧିନାୟକ), ଯଶ୍ବସୀ ଜୟଶଓ୍ବାଲ, ସରଫାଜ ଖାନ, ଋଷଭ ପନ୍ତ, ମୁଶିର ଖାନ, ନୀତିଶ କୁମାର ରେଡ (ଯଦି ଫିଟ୍ ହୁଅନ୍ତି), ଓ୍ବାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟଶ ଦୟାଲ, ମୁକେଶ କୁମାର, ରାହୁଲ ଚାହାର, ଆର ସାଇ କିଶୋର, ମୋହିତ ଅଶ୍ବସ୍ତି, ଏନ୍ ଜଗଦିଶନ୍
ଟିମ୍-ସି:
ଋତୁରାଜ ଗାଏକଓ୍ବାଡ (ଅଧିନାୟକ), ସାଇ ସୁଦର୍ଶନ. ରଜତ ପଟିଦାର, ଅଭିଷେକ ପୋରେଲ, ଯୂର୍ଯ୍ୟକୁମାର ଯାଦବ, ବି ଇନ୍ଦ୍ରଜିତ, ହ୍ରିତିକ ଶୋକିନ, ମାନଭ ସୁଥାର, ଉମରାନ ମଲ୍ଲିକ, ଭିୟଶକ ବିଜୟକୁମାର, ଅଂଶୁଲ ଖାମବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କେଣ୍ଡ, ଆରୟନ ଯୁଏଲ, ସନ୍ଦୀପ ଓ୍ବାରିୟର
ଟିମ୍-ଡି:
ଶ୍ରେୟସ ଆୟର (ଅଧିନାୟକ), ଅଥର୍ବ ତାଡେ, ୟଶ ଦୁବେ, ଦେବଦୁତ୍ତ ପାଡିକଲ, ଇଶାନ କିଷନ, ରିକି ଭୁଜି, ଶରଣ ଜୈନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡ, ଆକାଶ ସେନ୍ ଗୁପ୍ତା, କେଏସ୍ ଭରତ, ସୌରଭ କୁମାର