Odisha Link
Bridging the Missing Links in Odisha

ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ପୂର୍ବତନ ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ନାମରେ ଏତଲା। ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏହି ଏତଲା ଆଇନଜୀବୀ ସୁଧୀର କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର କରାଯାଇଛି।

ଏହି ଏତଲାରେ ପାଣ୍ଡିଆନଙ୍କ ନାମରେ ବିଭିନ୍ନ ଅଭିଯୋଗ ହୋଇଛି। ଯେପରିକି ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ, ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବାର ମଧ୍ୟ ଅଭିଯୋଗ ହୋଇଛି। ଏଥିସହିତ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗ ଏତଲାରେ ଦର୍ଶାଯାଇଛି।

Leave A Reply

Your email address will not be published.